ତାଲିମ ଶିବିର (ବ୍ଲକ- ଚିତ୍ରକୋଣ୍ଡା, ଜିଲ୍ଲା- ମାଲକାନଗିରି, ଓଡିଶା, ଇଣ୍ଡିଆ)
୦୬/୦୫/୨୦୨୫ – ୦୭/୦୫/୨୦୨୫ (ତାଲିମ ଶିବୀରର ନିର୍ଯ୍ୟାସା)
Field Report & Case Study Document Details
ମାଲକାନାଗିରୀ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଠାରେ MCIF ଅନୁଷ୍ଠାନ ତରଫରୁ ଦୁଇ ଦିନିଆ ତାଲିମ୍ ଶିବୀର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବୀରରେ ଚିତ୍ରକୋଣ୍ଡା ବ୍ଲକର ୧୮ଗୋଟି ଗ୍ରାମପଞ୍ଚାୟତର ନୋମିନି, ସରପଞ୍ଚ, ସାମାଜିକ କର୍ମୀ, ସମାଜସେବୀ ଏବଂ ବ୍ଲକରୁ ପଞ୍ଚାୟତ ସ୍ତରିୟ କାର୍ଯ୍ୟରତ, କର୍ମଜୀବୀ ବଂଧୁଗଣ ଯୋଗଦାନ କରିଥିଲେ ।
ତ୍ରୀସ୍ତରୀୟ ପଞ୍ଚାୟତିରାଜ ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ମହୋଦୟା ଶ୍ରୀମତୀ ପ୍ରିତା କୁମାର OAS (1) (SB) ଏବଂ ସ୍ଥାନୀୟ ପଞ୍ଚାୟତ ସମିତିର ଅଧ୍ଯକ୍ଷା ମହୋଦୟା ପ୍ରଦୀପ ପ୍ରଜ୍ବଳିତ କରି ଏହାକୁ ଉଦ୍ଘାଟନ କରିଥିଲେ ।
ଏହାପରେ ତାଲିମ ଶୀବୀରଟିକୁ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଚିନ୍ମୟୀ ଦାସ, ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାମଲ ଏବଂ President ଶ୍ରୀଯୁକ୍ତ ମନୋଜ କୁମାର ଦାସ ପରିଚାଳନା କରିଥିଲେ । ତାଙ୍କୁ ସ୍ଥାନୀୟ MCIF ର ସମାଜସେବୀ ଅନନ୍ତ ଅନୁଗୁଳିଆ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଆଦ୍ରାପଲ୍ଲୀ, ୨. ବଡ଼ପଦର, ୩. ଚିତ୍ରକୋଣ୍ଡା, ୪. ତୋଲିପୁଟ, ୫. ତରାଗୁଡ଼ା, ୬. ଗଜାଲମାମୁଡ଼ୀ, ୭. ଗୁଣ୍ଡା ବାଉଡ଼ା, ୮. ଜନ୍ତ୍ରୀ, ୯. ଜଡ଼ା ଆମ୍ବ, ୧୦. କପାଟୋଟୀ, ୧୧. କ୍ରମାନୋରୁ, ୧୨. ନୂଆଗୁଡ଼ା, ୧୩. ଗନୀଷପୁର, ୧୪. ପାପେର ମାଟଲା, ୧୫. ପପୁଲୋରା, ୧୬. ରେଲାଗଡ଼, ୧୭. ଟ୍ରନେଲ କ୍ୟାମ୍ପ, ୧୮. ବଡ଼ ପଦର, ଗ୍ରାମପଞ୍ଚାୟତ ତାଲିମ କେନ୍ଦ୍ର ତାଲିମ୍ ନେବା ପାଇଁ ପ୍ରାୟତଃ ୬୦ ଜଣ ରୁ ଉଦ୍ଧ ଶିବୀରାଥ ଯୋଗ ଦାନ କରିଥିଲେ । ତ୍ରୀସ୍ତରୀୟ ପଞ୍ଚାୟତରାଜ ଆଲୋଚନା ଚକ୍ରରେ ଭାଗ ନେବା ସହିତ ବ୍ଳକର ୭ଟି ଗ୍ରାମପଞ୍ଚାୟତରୁ ୭ଟି ଗ୍ରାମପଞ୍ଚାୟତକୁ ଆର୍ଦଶ ଗ୍ରାମରେ ପରିଣତ ନିମନ୍ତେ ଆକସନ୍ ପାଇଁ ପ୍ରସ୍ତୁତ କରିଥିଲେ । ଏଥି ମଧ୍ୟରେ (୧) ବିଡ଼ମ୍ବାଗ୍ରାମ କୁମାନୁର ଗ୍ରାମପଞ୍ଚାୟତ (୨) ଚିତ୍ରକୋଣ୍ଡାଗ୍ରାମ, ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ, ରାଜିଲକୋଣ୍ଡାଗ୍ରାମ, ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ (୪) କଦମାଝଲା ଗ୍ରାମପଞ୍ଚାୟତ, ବଡ଼ ପଦର ଗ୍ରାମପଞ୍ଚାୟତ, (୫)ଗଜଲମାମୁଡ଼ୀ ଗ୍ରାମ – ଗଜିଲମୁଣ୍ଡା – ଗ୍ରାମପଞ୍ଚାୟ (୬) ତାଚେରୁ ଯନ୍ତ୍ରୀ ଗ୍ରାମ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ (୭) ଗୁଣ୍ଡାୱାଡ଼ା ଗ୍ରାମପଞ୍ଚାୟତ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତକୁ ଶିବରାର୍ଥୀମାନେ ସ୍ଥିର କରିଥିଲେ । ପ୍ରଥମ ଦିନ ତିନୋଟି ଦଳ ଗଠନ ହୋଇ ଥିବାବେଳେ ଦ୍ଵିତୀୟ ଦିନ ୪ଟି ଦଳକୁ ନେଇ କାର୍ଯ୍ୟକ୍ରମ ଚାଲୁ କରାଯାଇଥିଲା । ଦୁଇ ଦିନରେ ୭ ଗୋଟି ଦଳ ମିଶି ସେମାନଙ୍କର ଆକ୍ସନ୍ ପ୍ରସ୍ତୁତ କରିଥିଲେ ।
ଗ୍ରାମଜଡ଼ମ୍ବା (ତାରିଖ ୦୬/୦୫/୨୦୨୫)
ଗ୍ରୁପ ନଂ – ୧
୧. ହଁଶିତ୍ ଦଳୋଇ
୨. ଦୀପ୍ତିମୟୀ ଘଡ଼ୋଇ
୩. କୁଷୁମ ଗୀରୀ
୪. ସଞ୍ଜୁକ୍ତା ଗୌଡ଼
୫. ମିତାଲି ପାଙ୍ଗୀ
ଗ୍ରାମ: ଚିତ୍ରକୋଣ୍ଡା (ତାରିଖ ୦୬/୦୫/୨୦୨୫)
ଗ୍ରୁପ ନଂ – ୨
୧. ପବିତ୍ର ମୋହନ ବୋଡ଼ିରକା
୨. ପ୍ରତୀଷ କୁମାର ପାଢ଼ୀ
୩. ରାଜେଶ ସରଗରିଆ
୪. ଆନ୍ନା ମାଛ
୫. ନିଳିମା ଜେନା
୬. ବଦ୍ୟୁତ୍ ପ୍ରଭା ବିଶୋଇ
ଗ୍ରାମ: ରାଜଲକୋଣ୍ଡା (ତାରିଖ – ୦୬/୦୫/୨୦୨୫)
ଗ୍ରୁପ ନଂ – ୩
୧. ସଞ୍ଜନା ମହାରଣା
୨. ସିଜୁଲି ସରକାର
୩. ହରୀ ପୂଜାରୀ
୪. ମନିକା ହାସଦା
୫. ମିନତୀ ଚୌଧୁରୀ
୬. ଲକ୍ଷ୍ମୀ ପାଙ୍ଗୀ
ଗ୍ରାମ: କଦମଝଲା ( ତାରିଖ – ୦୭/୦୫/୨୦୨୫)
ଗ୍ରୁପ ନଂ – ୦୪
୧. ସ୍ଵପ୍ନ ଖୁଲ
୨. ଇନ୍ଦୁ ପ୍ରଭା ଖୁଲ
୩. ସୁଶୀଳା ଖୁଲ
୪. ନିଳିମା ଜେନା
୫. ବିଶ୍ବନାଥ ଖୁଲ
ଗ୍ରାମ: ଗଜଲାମାମୁଡ଼ୀ (ତାରିଖ – ୦୭/୦୫/୨୦୨୫)
ଗ୍ରୁପ ନଂ – ୫
୧. ଅଜୀତ୍ କୁମାର ଖୁଲ
୨. ବିଦ୍ୟୁତ୍ ପ୍ରଭା ବିଶୋଇ
୩. ମିନତୀ ଚୌଧୁରୀ
୪. ପାର୍ବତୀ କିଶାନ
୫. ରସ୍ମୀ ମାଝୀ
୬. କରିସ୍ମା ଗୀରୀ
ଗ୍ରାମ: ତାଚେରୁ ଯନ୍ତ୍ରୀ (ତାରିଖ – ୦୭/୦୫/୨୦୨୫)
ଗ୍ରୁପ ନଂ – ୬
୧. ଦନାଇ ଗଲରୀ
୨. ଆନ୍ନା ମାଛ
୩. ରସ୍ମୀତା ବେହେରା
୪. ମହେନ୍ଦ୍ର ଖରା
୫. ଆମ୍ନା ମାଝୀ
ଗ୍ରାମ: ଗୁଣ୍ଡାୱାଡ଼ା ( ତାରିଖ – ୦୭/୦୫/୨୦୨୫)
ଗ୍ରୁପ ନଂ – ୭
୧. ଏ. ଏମିକା
୨. ସଞ୍ଜୁକ୍ତା ଗୌଡ଼
୩. ଭାନୁ ହନ୍ତାଳ
୪. ରାଜୁ ଖରା
୫. ଲକ୍ଷ୍ମୀ ପାଙ୍ଗୀ
ଚିତ୍ରକୋଣ୍ଡା ବ୍ଲକ – ମାଲକାନାଗିରି ଜିଲ୍ଲା – ଓଡ଼ିଶା
ମୁଖ୍ୟ ସମସ୍ୟା : ଗ୍ରାମକୁ ରାସ୍ତା ନାହିଁ, ବିଜୁଳି ଆଲୋକ ନାହିଁ, ସୌର ଆଲୋକ ନାହିଁ, ଗ୍ରାମ ଲୋକମାନଙ୍କ ମଧ୍ୟରେ ଅନ୍ଧ ବିଶ୍ଵାସର ପ୍ରଭାବ ଅଧୂକ, ଗୁଣୀ, ଗାରେଡ଼ି ଉପରେ ବିଶ୍ଵାସ କରନ୍ତି । ଦେଶି ମଦର ପ୍ରସାର ଘଟିଛି । ସଚେତନତାର ସମ୍ପୂର୍ଣ ଅଭାବ । ଶିକ୍ଷାକ୍ଷେତ୍ରରେ ମଧ୍ୟ ସଚେତନାର ଅଭାବ ରହିଛି । ଅଙ୍ଗନବାଡ଼ି କେନ୍ଦ୍ର ବହୁ ଗ୍ରାମରେ ନାହିଁ, ପଞ୍ଚାୟତ ଅଫିସ୍ର ଘର ମଧ୍ୟ ନାହିଁ । କୃଷି ପାଇଁ ଦଳର ଅଭାବ ଅଛି । ସ୍ଵଚ୍ଛ ପିଇବା ପାଣି ମଧ୍ୟ ନାହିଁ । କୃଷି ପାଇଁ କୃଷକମାନଙ୍କୁ ତାଲିମ୍ର ଅଭାବ ରହିଛି ।
ପ୍ରାପ୍ତ ମହିଳାମାନେ ନାପକିନ୍ର ବ୍ୟବହାର ଜାଣିନାହାଁନ୍ତି । ଗ୍ରାମଠାରୁ ସ୍ଵସ୍ଥ୍ୟ କେନ୍ଦ୍ର ଦୂରତା ୩୦ କି.ମି ହୋଇଥିବାରୁ ଦୂର ହେଲେ, ସ୍ଵାସ୍ଥ୍ୟ କେନ୍ଦ୍ର ନଯାଇ ଲୋକେ ଝଡ଼ାଫୁଙ୍କା ଉପରେ ବିଶ୍ଵାସ ରଖୁଛନ୍ତି । ଫଳରେ ଅକାଳେ ବହୁତ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଗାଗୁଲୁମାରୁଡ଼ୀ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, ୨୦ କି.ମି ଦୂରରେ ସ୍କୁଲ ଥିଲେ ମଧ୍ୟ, ସ୍କୁଲକୁ ଶିକ୍ଷକ ଆସନ୍ତି ନାହିଁ, କେତେକ ପ୍ରାଇମେରି ସ୍କୁଲରେ ଜଣେ ଶିକ୍ଷକ, ୧ ରୁ ୫ କ୍ଲସ୍ ପର୍ଯ୍ୟନ୍ତ ଯଗି ରହୁଛନ୍ତି । ଶିକ୍ଷା କ୍ଷେତ୍ରରେ ଶିକ୍ଷକ ଅଭାବ ଅଛି । ସ୍କୁଲ ପରିଷର ମଧ୍ୟରେ ଖେଳ ପଡ଼ିଆ ନାହିଁ । ବିଶେଷ କରି ବୁଢ଼ା ବୁଢ଼ୀମାନଙ୍କର ସମସ୍ୟା ଅନେକ । ସେମାନଙ୍କୁ ଅଲଗା ରହିବାକୁ ପଡ଼ୁଛି । ନିଜର ପିଲାମାନେ ଦାଦନ ଖଟିବାକୁ ଯିବାଦ୍ଵାରା ଆଉ ଘରକୁ ଫେରୁ ନାହାନ୍ତି । ଏହା ମଧ୍ୟ ଏକ ବଡ଼ ସମସ୍ୟା ଅଟେ । ନିଜର ଜମି ପଟ୍ଟା ନଥୁବାରୁ ଇନ୍ଦୀରା ଆବାସ ଘରରୁ ବହୁ ଆଦୀବାସୀ ବଞ୍ଚିତ ହେଉଛନ୍ତି । ନିଜ ସଂସ୍କୃତିକୁ ସେମାନେ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି । ଗ୍ରାମରେ କମ୍ୟୁନିଟ୍ ସେଣ୍ଟର ଆବଶ୍ୟକତା ମଧ୍ୟ ରହିଛି । ସେମାନେ ନିଜର ଜଙ୍ଗଲ ଯାତଦ୍ରବ୍ୟ, କିମ୍ବା ଉତ୍ପାଦନ ଦ୍ରବ୍ୟର ମାର୍କେଟିଙ୍ଗ ମଧ୍ୟ କରିପାରୁ ନାହାଁନ୍ତି । ଭରପୁର ସମସ୍ୟା ମଧ୍ୟରେ ଜନଜାତି ଗ୍ରାମିଣ ଆଦିବାସୀମାନେ ଗତିକରୁ ଅଛନ୍ତି ।
ମୂଲ୍ୟାୟନ:
୧. ଶିକ୍ଷାର ପ୍ରସାର / ପ୍ରଚାର
୨. ସଚେତନତା ମାଧ୍ୟମରେ ବାଲ୍ୟ ବିବାହ ରୋକିବା ଏବଂ ମଦ ବନ୍ଦ କରାଇବା ।
୩. ପିଇବା ପାଣିର ସୁବ୍ୟବସ୍ଥା ।
୪. ସ୍ୱାସ୍ଥ୍ୟ ପରିକ୍ଷା ନିମେନ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯିବା ପାଇଁ ଉତ୍ସାହ ସୃଷ୍ଟି ।
୫. ବୃଦ୍ଧା ଶ୍ରମ ମାଧ୍ଯମରେ ବୃଢ଼ାବୁଢ଼ିର ଯତ୍ନ ନେବା ।
୬. ତାଲିମ୍ ମାଧ୍ଯମରେ ଶିକ୍ଷିତ / ଅଦ୍ଧ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ପ୍ରଦାନ କରିବା ।
୭. ମାର୍କେଟିଙ୍ଗ ସୁବିଧା ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠି ମାଧ୍ଯମରେ ଉଚିତ୍ ମୂଲ୍ୟ ପ୍ରଦାନ କରାଇ ଏହାର ମାର୍କେଟିଙ୍ଗ ସୁବ୍ୟବସ୍ଥା କରାଇବା ।
୮. ଗ୍ରାମ ସଭା ମାଧ୍ଯମରେ ଗ୍ରାମର ସମସ୍ୟାକୁ ଗ୍ରାପଞ୍ଚାୟତରେ ଉପସ୍ଥାପନ କରାଇ, ଏହାକୁ ଜିଲ୍ଲା ପରିଷଦ ମାଧ୍ୟମରେ କଲେକ୍ଟରଙ୍କ ଦ୍ଵାରା ଅନୁମୋଦନ କରାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଇବା ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରାପ୍ତ ହୋଇ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିବା, ଏହି ପ୍ରକଳ୍ପ କେନ୍ଦ୍ରରୁ ଅନୁମୋଦନ ପରେ ଗ୍ରାମ ସ୍ତରରେ କାର୍ଯ୍ୟକାରି ହୋଇପାରିବ, ଏହାହିଁ ତ୍ରୀସ୍ତରୀୟ ପଞ୍ଚାୟତ ରାଜର ପ୍ରକୃତ କ୍ଷମତା, ଯାହା ଗ୍ରାମସ୍ତରରୁ ସମସ୍ତ କଥା, କ୍ଷମତା, ସ୍ଥିର କରାଯାଇଅଛି ।
ଏକ ଆର୍ଦ୍ରଶଗ୍ରାମ ଗଠନ କରାଇବା ନିମନ୍ତେ, ସ୍ୱଚ୍ଛତା, ସହଯୋଗିତା, ସହଭାଗିତା, ସଂଗଠନ ସରକାରୀ କାର୍ଯ୍ୟକ୍ରତା, କର୍ମଜୀବି ମହିଳା ଏବଂ ସମାଜସେବୀଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ଅଟେ । ତେବେ ଯାହା ଉକ୍ତ ଗ୍ରାମକୁ ଏକ ଆର୍ଦଶ ଗ୍ରାମରେ ପରିଣତ କରିପାରିବ । ଏଥିପାଇଁ ଗ୍ରାମ ସଭା, ଗ୍ରାମବାସୀଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ଅଟେ ।
ରାସନ କାର୍ଡ଼ ଥିଲେ ମଧ୍ୟ ବହୁଲୋକ ରାସନ ପାଇବାରୁ ବଞ୍ଚିତ, ରାସନ୍ ବଣ୍ଟନ ଦୂରରେ ହେଉଥିବାରୁ, ବହୁଲୋକ ଠିକ୍ ସମୟରେ ପହଞ୍ଚି ପାରୁନାହାଁନ୍ତି । ସେମାନଙ୍କୁ ରାସନ ମିଳୁଥୁବା ତାରିଖ ଜଣାପଡ଼ୁ ନାହିଁ । ରାସନ ନେବା ପାଇଁ ଉଭୟ ସ୍ଵାମୀ ସ୍ତ୍ରୀ ଯାଇ ପାରୁନାହାଁନ୍ତି । ତେଣୁ କିଛି ପାଟିସ୍ସ୍ପୋଣ୍ଟ ରାସନ ପ୍ରତି ଗ୍ରାମରେ ବାଣ୍ଟିବାକୁ ପ୍ରସ୍ତାବ ରଖିଥିଲେ ।
ଅଙ୍ଗନବାଡ଼ିକୁ ପିଲା ପଠାଉ ନାହାଁନ୍ତି କିମ୍ବା ଅଙ୍ଗନବାଡ଼ୀରେ ପିଲା ତ୍ରଫାରେଟ୍ ହେଉଛନ୍ତି । ଏହାର କାରଣରେ ପ୍ରାୟତ ଆଦୀବାସୀ ଜଙ୍ଗଲ ଯାତ ଦ୍ରବ୍ୟର କଲେକସନ ପାଇଁ ଜଙ୍ଗଲ ଚାଳିଯିବାରୁ ବଡ଼ ପିଲା, ଛୋଟପିଲା ମାନଙ୍କୁ ଘରେ ଜଗିରହୁ ଅଛି । ସେମାନେ ପିଲାକୁ ଅଙ୍ଗନବାଡ଼ି ଛାଡ଼ିବା ପାଇଁ ସଚେତନ ନହନ୍ତି । ପୋଖର ଖରୀର ଆବଶ୍ୟକତା ରହୁଛି । ଗ୍ରାମ ମଧ୍ଯରେ ପୋଖରୀ ଖନନ ହୋଇପାରିଲେ ମୁଖ୍ୟତ ଚାଷ ଉପଯୋଗୀ, ସାଙ୍ଗକୁ ପନିପରିବା ମଧ୍ୟ କରିପାରିବେ, ଏହା ମଧ୍ୟ ପାଟିସ୍ସ୍ପୋଣ୍ଟମାନଙ୍କ ତରଫରୁ ଡ଼ିମାଣ୍ଡ ରହିଥୁଲା ରହିଥିଲା । କମ୍ପ୍ୟୁଟର ଶିକ୍ଷାର ପ୍ରସାର ପାଇଁ ମଧ୍ୟ ତାଲିମ୍ ଶିବୀରଥୀମାନେ ପ୍ରସ୍ତାବ ରଖୁଥିଲେ, ଯାହା ସୁବିଧା ପାଇଁ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ରର ଆବଶ୍ୟକତା ଅଛି ବୋଲି କହିଥିଲେ । ଗ୍ରାମରେ ସ୍ତରୀୟ ଏକ ଭାଗବତ ଟୁଙ୍ଗିର ପୁର୍ନରୁଦ୍ଧାର ତଥା, ପୁରାତନ ବସ୍ତୁର ସୁରକ୍ଷା ନିମନ୍ତେ ସଂଗ୍ରାହାଳୟ କରିବାକୁ ଆଲୋଚନାରେ ଭାଗ ନିଆଯାଉଥିଲା । ପଶୁପାଳନ ପ୍ରତିଧ୍ୟାନ ଦେବା ସହିତ ପରିବେଶର ସୁରକ୍ଷା ଉପରେ ମଧ୍ୟ ଆଲୋକପାତ କରାଯାଉଥିଲା । ସର୍ବଶେଷରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଶିବିର ସମାପନ କରାଯାଇଥିଲା ।
Field Gallery & Media