MISSION CARE FOUNDATION TRUST-MCFT KORAPUT & MALKANGIRI DISTRICT:

BLOCK- CHITRAKONDA, DISTRICT-MALKANGIRI-ODISHA-INDIA

Field Report & Case Study Document Details

ଭୁବନେଶ୍ଵର – “ MCIF ” ତରଫରୁ ଆମ୍ଭେ (ରମେଶ ଚନ୍ଦ୍ର ସାମଲ- Sr. Advisor -cum-Sr. Citizen) ଏକ ୫ଜଣିଆ ଟିମ୍ କୋରାପୁଟ ଜିଲ୍ଲା ଅନେଶ୍ୱଣ / କାର୍ଯ୍ୟକ୍ରମର ସମିକ୍ଷ୍ୟା ନିମନ୍ତେ ତା୨୩/୦୩/୨୦୨୫ରିଖ ରାତ୍ରୀବସ୍‌ରେ ଯାତ୍ରା ଆରମ୍ଭ କରିଥିଲୁ । ଏଠାରୁ ଅନୁଷ୍ଠାନର ସମ୍ପାଦିକା ଏବଂ ସଭାପତିଙ୍କ ସହିତ, ଆମ୍ଭେ ଦୁଇଜଣ ଉପଦେଷ୍ଟ ମଣ୍ଡଳୀର ସଦସ୍ୟ । ସଦସ୍ୟା ସକାଳ ୭ଟା ୩୦ ମିନିଟ୍, ତା୨୪/୦୩/୨୦୨୫ରିଖରେ ସେମିଳିଗୁଡ଼ା ଠାରେ ପହଞ୍ଚୁଥୁଲୁ । କୋରାଫୁଟ୍ ଜିଲ୍ଲା ଦାୟୀତ୍ୱରେ ଥିବା ଜିଲ୍ଲା ମୁଖ୍ୟ ମନୋଜ କୁମାର ପଟ୍ଟନାୟକ, ଆମ୍ଭମାନଙ୍କୁ ସେଠାରୁ ପାଛୋଟି ନେଇଥିଲେ, ମିସନ୍ କେୟାର ଫାଉଣ୍ଡେସନ୍‌ ଟ୍ରଷ୍ଟ ଅଫିସ୍ ସୁନାବେଡ଼ାକୁ ।
ସୁନାବେଡ଼ା ଅଫିସ୍‌ରେ ନିଜର ନତ୍ୟକର୍ମ ସାରିବା ପରେ ଆମ୍ଭେ କୋରାଫୁଟ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟକୁ, କାର ଯୋଗେ ନିଜର ଗସ୍ତ କାର୍ଯ୍ୟକ୍ରମ ରିଖଲୁ । ଜିଲ୍ଲା କାର୍ଯ୍ୟାଳୟରେ ସମାଜ ମଙ୍ଗଳ ଅଧୁକାରୀଣୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ପଟ୍ଟନାୟକ ମହୋଦାୟଙ୍କୁ ଭେଟି, ଅନୁଷ୍ଠାନର ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲୁ । ଏଥି ସହିତ ଅନୁଷ୍ଠାନରେ ଯୋଗ ଦେଇଥିବା ଇଚ୍ଛାହୀ ସ୍ଵଚ୍ଛାସେବୀ ମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟକ୍ରମରେ ସାମିଲି କରାଇବା ନିମନ୍ତେ ଏକ ଦରଖାସ୍ତ ଆବେଦନ କରି ଫେରିଥିଲୁ । ନିଜର ସଂଗଠନ କାର୍ଯ୍ୟ କରୁଥିବା ଅଞ୍ଚଳକୁ ।
ଏଥି ମଧ୍ୟରେ ଆମ୍ଭେ କୁଣ୍ଡଲି ଗ୍ରାମପଞ୍ଚାୟତରେ ପହଞ୍ଚୁବା ପରେ, ସେଠିକାର ଚାଷି ଏବଂ ଭାଷା ସମସ୍ୟା ଉପରେ ଆଲୋଚନା କରିଥିଲୁ । ମୁଖ୍ୟତ୍ ଚାଷିମାନେ ଧାନ ଏବଂ ହଳଦୀ ଚାଷ ସହିତ ଦେଶୀ କୁକୁଡ଼ା ଚାଷ । ଛେଳି, ଗୋପାଳନ ସାଙ୍ଗକୁ ବନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି ।
ଦେଓମାଳି ଗ୍ରାମ ସେଠାରୁ ୨୩ କି.ମି ଦୂରତା ଅଟେ । ଏଠିକାର ଚାଷିମାନେ ଝରଣା କୂଳ ଚାଷ କମିଲେ ପନିପରିବା ଚାଷ କରିବା ଦେଖୁଲୁ ଏବଂ ଏଥି ସହିତ ଜଳ ସମସ୍ୟା ଉପରେ ଆଲୋଚନା କରି ଆଗକୁ ବଢ଼ିଥିକୁ । ବାଟରେ ବଡ଼ ମାରାଲା, ତୁମୁରୀଗଡ଼ ମଧ୍ୟ ପରିଭ୍ରମଣ କରିଥିଲୁ । ସେଠାରୁ କୋଟିଆ ଦେଉଳି ପାହାଡ଼ ଉପରକୁ ପରିଭ୍ରମଣରେ ଯାଇଥିଲୁ । ଯାହାର ଉଚ୍ଚତା ଥିଲା ୧୬୬୨ ମିଟର । ସେଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ୬୦୦ଗୋଟି ପାଇନ୍ ଚାରା ରୋପଣ କରାଯାଇଅଛି । କୋରାପୁଟ ବନଖଣ୍ଡ ବିଭାଗ ଦ୍ଵାରା ଏହିକାର୍ଯ୍ୟକ୍ରମଟିକୁ ହାତକୁ ନେଇଅଛନ୍ତି । ଏହା “ଜଙ୍ଗଲ ପରିବଶେ ଓ ପରିବର୍ତନ ବିଭାଗ” ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦନ କରାଯାଇଅଛି ।

BLOCK- CHITRAKONDA, DISTRICT-MALKANGIRI-ODISHA-INDIA

ଉକ୍ତ ସ୍ଥାନଟି ଅତ୍ୟନ୍ତ ମନୋରମ ଏବଂ ସୁନ୍ଦର ପରିବଶେ ଭଳି ମନେ ହେବ । ପ୍ରକୃତି ରାଣୀର ଅତ୍ୟନ୍ତ ସୌନ୍ଦର୍ଯ୍ୟକୁ ଅନୁଭବ କରିହେବ । ସୁନ୍ଦର ସ୍ଵଚ୍ଛ ବାୟୁମଣ୍ଡଳ ସହିତ ପର୍ବତର ଶିଖର, ଚାରିପଟକୁ ସ୍ୱର୍ଗ ଛୁଇଁଲା ପରି ଅନୁଭବ ହେବ ।
ଉକ୍ତ ଯାଗାକୁ ପରିଭ୍ରମଣରେ ଆସୁଥିବା ଯାତ୍ରୀମାନେ ପାଣିବଟଲ, କରି ପକାଇ ଅଳିଆ ହୋଇଥିବାର ଦେଖୁ, ଆମ୍ଭେ ନିଜେ ଏଗୁଡ଼ିକ ସଫା କରାଇ ଏକ ବସ୍ତା ମଧ୍ୟରେ ଭରିଥିଲୁ । ସେଠାରେ ଉପସ୍ଥିତ ସ୍ଥାନୀୟ ଆଦିବାସୀମାନଙ୍କୁ ନେଇ ଏକ ବୈଠକ କରାଇ ଏହାକୁ ସଫା ରଖୁବା ପାଇଁ ପରାମର୍ଶ ଦେବା ସହିତ ଅଖା ମଧ୍ୟ ପ୍ରଦାନ କରିଥିଲୁ । ଏଥିସହିତ ସାଥ୍‌ରେ ନେଇଥିବା କିଛି ପନିପରିବା ମଞ୍ଜୀ ମଧ୍ୟ ସ୍ଥାନୀୟ ଆଦିବାସୀମାନଙ୍କୁ ସଙ୍ଗଠନର ସମ୍ପାଦିକା ମହୋଦୟା ଶ୍ରୀମତୀ ଚିନ୍ମୟୀ ଦାସ ବଣ୍ଡନ କରିଥିଲେ ।
ସେଠାରୁ ଆମ୍ଭେ ଫେରିଆସିଲୁ । ସିମିଳିଗୁଡ଼ା ବ୍ଲକ ଅଭିମୁଖେ, କାରଣ ଆମ୍ଭର ରହିବା ଏବଂ ବିଶ୍ରାମ ନେବା ପାଇଁ ସିମିଳିଗୁଡ଼ା ବ୍ଲକରେ ହିଁ ସ୍ଥିର କରିଥିଲୁ । ଆମ୍ଭେ ରହିବା ସ୍ଥାନ: ପହଞ୍ଚିବା ବେଳକୁ ରାତ୍ରୀ ୯ ୩୦ ମିନିଟ୍ ହୋଇଥିଲା । ଏଣୁ ରୁମ୍‌ରେ ପହଞ୍ଚୁ ନିଜ ନିଜର ରୁମକୁ ଯାଇଥିଲୁ । ତାପରଦିନର କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ ହୋଇ ଶୋଇବା ପାଇଁ ଚାଲିଗଲୁ ।
ତା୨୫/୦୩/୨୦୨୫ରିଖ ଆମ୍ଭେମାନେ ଚାଷି ଓ ଚାଷର ସମସ୍ୟାକୁ ନେଇ ଯାତ୍ରା ଆରମ୍ଭକରିଥିଲୁ। ଜୟପୁର, କାରଣ କୋରଫୁଟ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ପ୍ରଧାନଙ୍କୁ ଭେଟିବା ପାଇଁ । ଜିଲ୍ଲା ଅଧିକାରୀ ନିଜ କାର୍ଯ୍ୟରେ ବାହାରକୁ ଚାଲିଯାଇଥିବାରୁ ଆମ୍ଭେ ତାଙ୍କ ଅଫସର ଅନ୍ୟ ତଳ କର୍ମଚାରୀଙ୍କୁ ସାକ୍ଷାତ୍ କରି ଆଲୋଚନା କରିଥିଲୁ । ଚାଷିମାନ… ମାଲକାନାଗିରୀ ଜିଲ୍ଲା କୋରାଫୁଟ୍ ଜିଲ୍ଲାକୁ ଲାଗି କରିଅଛି । ୭ ଗୋଟି ବ୍ଲକ – ମାଲକାନାଗିରୀ, ମାଥୁଲି, ଖଇରୀପୁଟ, ଚିତ୍ରକୁଣ୍ଡା, କରୁକୁଣ୍ଡା, କାଲିମେଳା, ପଡ଼ିଆ ବ୍ଳକ ।

ମାଲକାନାଗିରୀ ଜିଲ୍ଲା

୧୩ ଗ୍ରା.ପ କୁ ନେଇ ଗଠନ କରାଯାଇଥିବା ବେଳେ, ମାଥୁଲି ବ୍ଲକ ୧୧ ଗ୍ରା.ପ ବିସ୍ତୃତ ଅଟେ, ଖଇରିପୁଟ ବ୍ଲକ – ୧୩ ଗ୍ରା.ପ ଥିବାବେଳେ, ଚିତ୍ରକୁଣ୍ଡା ବ୍ଲକ – ୧୩ ଗ୍ରା.ପ ଅଟେ, କୁରୁକୁଣ୍ଡା – ୯ଟି ଗ୍ରା.ପ ଥିବା ସ୍ଥଳେ, କାଲିମେଳା ବ୍ଳକ – ୧୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠନ କରାଯାଇଅଛି । ପଡ଼ିଆ ବ୍ଲକ ମାତ୍ର – ୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ, ମାଲକାନାଗିରୀ ଜିଲ୍ଲା ଗଠିତ ହୋଇଛି ।
ଉକ୍ତ ଜିଲ୍ଲା, ଜଙ୍ଗଲ ଏବଂ ପାହାଡ଼ ଅଚ୍ଛାଦିତ ଅଟେ । ଉଚ୍ଚ ପାହାଡ଼, ସାଙ୍ଗକୁ ଗିରରତମ ଖାଲିମାନଙ୍କରେ ଖୁବ୍‌କମ୍ ସମତଳ ଭୂମି ଦୃଷ୍ଟିଗୋଚର ହୁଏ । ପାହାଡ଼ର ତଳଭାଗ, ମଧ୍ୟଭାଗ ଏବଂ ଅଗ୍ରଭାଗ ମାନଙ୍କରେ ଆଦିବାସୀମାନଙ୍କର ବାସ ସ୍ଥଳ ରହିଅଛି । ମୁଖ୍ୟ ରାସ୍ତାର କିଛି ଦୂର ଯିବାପରେ ଆଦିବାସୀ ଗାଁ ପଡ଼ିଥାଏ । ପ୍ରାୟତଃ ଗୋଟିଏ ପଡ଼ାରୁ ଅନ୍ୟ ଗୋଟିଏ ପଡ଼ାରୁ ୪ କି.ମି ଦୂରତାରେ ଦେଖୁବାକୁ ମିଳିବ । ଏଠାରେ ସରକାରଙ୍କ ଦ୍ଵାରା ସୌର ଆଲୋକ ପ୍ରଦାନ କରାଯାଇଅଛି । ପ୍ରାୟତଃ ଜନଜାତିମାନେ ଝରଣା ଜଳର ସଦୁପଯୋଗ କରି ନିଜର ପାନୀୟ ତଥା ଚାଷ କାମ କରିଥାଆନ୍ତି । ଘଞ୍ଚ ଜଙ୍ଗଲ ଅଦ୍ୟମ ପାହାଡ଼, ନକସଲମାନଙ୍କ ପାଇଁ ଚରାଭୂଇଁ ପାଲିଟିଛି । କହିଲେ, ଅତୁକ୍ତି ହେବ ନାହିଁ, ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାରଙ୍କର ଅଦ୍ୟମ ପ୍ରୟାସ, ସଙ୍ଗଠନମାନଙ୍କର ପ୍ରଚେଷ୍ଟା, ଦ୍ବାରା ବହୁ ପରିମାଣରେ ପରିବର୍ତ୍ତନ ଦୃଷ୍ଟିଗୋଚର ଆସିଛି । ତଥାପି ସେଠାରେ ମୁଖ୍ୟ ସ୍ରୋତକୁ ଜନଜାତିଙ୍କୁ ଆଣିବା ପାଇଁ ସଚେତନତା କାର୍ଯ୍ୟକ୍ରମର ଅଭାବ ଦେଖାଦେଉଛି । ଆହୁରି ମଧ୍ୟ ବହୁତ ଯୋଜନା ଯାହାକି ସାଧାରଣ ଆଦିବାସୀମାନଙ୍କ ପାଖରେ ପହଞ୍ଚି ପାରୁନି, ଏଥିପାଇଁ ସ୍ଥାନୀୟ ଆଦିବାସୀମାନଙ୍କୁ ଏକାଠି କରି ସ୍ଵୟଂ ସେବା ଅନୁଷ୍ଠାନ ଦ୍ବାରା ତାଲିମ୍ ପ୍ରଦାନ କରାଇ, ନିଜ ଅଞ୍ଚଳର ଉନ୍ନତି ନିମନ୍ତେ, ସରକାରୀ /ବେସରକାରୀ ଅନୁଷ୍ଠାନମାନଙ୍କର ସାହାଯ୍ୟ ପ‌ହଞ୍ଚାଇବା ଏବଂ ସେମାନଙ୍କର ସାମାଜିକ ଜୀବନରେ ଉନ୍ନତି ସାଙ୍ଗକୁ ଆର୍ଥକ ଦିଗକୁ ସୁଦୃଢ଼ କରିବାର ମୁଖ୍ୟ ପ୍ରୟାସର ଲକ୍ଷ ରଖ୍ ଆମ୍ଭ ସେଠାରେ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରୁଅଛୁ ।
ଏଠାରେ ଭାଷା ମଧ୍ୟ ଏକ ବାଧକ ସୃଷ୍ଟି କରିଅଛି । ଆଦିବାସୀମାନେ ନିଜର ସ୍ଥାନୀୟ ଭାଷା ସାଙ୍ଗକୁ ପାଖରାନିର ଭାଷାକୁ ଆଦରୀ ନେଉଛନ୍ତି । ନିଜ ରାଜ୍ୟ ଓଡ଼ିଶାର ଭାଷା ପ୍ରତି କେହି ନଜର ଦେଉନାହାଁନ୍ତି । ସେମାନଙ୍କୁ ନିଜ ରାଜ୍ୟ ଏବଂ ନିଜ ଭାଷା ପ୍ରତି କେହି କେବେ ସଚେତନତା କରାଇନାହାଁନ୍ତି ।
ଏଠାରେ ସୁଚେଇ ଦେଉଛକି, ଜନଜାତିମାନଙ୍କ ମଧ୍ୟରେ ୨୧ ପ୍ରକାର ଭାଷାର ପ୍ରଚଳନ ଅଛି । କୋରାଫୁଟ ମାଲକାନ୍‌ଗିରୀ ଦୁଇ ଜିଲ୍ଲା ମଧ୍ୟରେ, ସାନ୍ତାଳି, ହୋ, କୋୟୀ, ମୁଣ୍ଡା, ବଣ୍ଡା, କିଶାନ, କୁଇ କୋବି, ଯୁଆଙ୍ଗ, ସଉରା, ଗଣ୍ଡା, ଦେଶିଆ, ଗାବା, ଭୂମିଜ‌, ବିଞ୍ଜାଲ, ଭୁଇଆନ, ସବେରୀ, ମୁଡ଼ରୀ, ଖଡ଼ିଆ ଭାଷା ପ୍ରଚଳନ ଅଛି ।
ଓଡ଼ିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା, ସେମାନେ ନିଜକୁ ଓଡ଼ିଶା ରାଜ୍ୟର ବାସିନ୍ଦା ବୋଲି ଭାବିବା, ଗର୍ବ ଅନୁଭବ କରିବା ସହିତ ନିଜଭାଷାକୁ ମାନ୍ୟତା ଦେଇ, ମୁଖ୍ୟ ଭାଷା ଓଡ଼ିଆକୁ ଜାଣିଲେ, ସେମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତନ ଆସିବ, ଯାହାକି ସହଜରେ ଜନଜାତି ମୁଖ୍ୟ ସ୍ରୋତରେ ସାମିଲି ହୋଇପାରିବ ।
ଜୟପୁର ଠାରୁ ମାଲକାନାଗିରୀ ମାତ୍ର ୧୧୦ କି.ମି ରାସ୍ତା ଥିଲା । ଆମ୍ଭେ ବୈପାରୀଗୁଡ଼ା, ଲଙ୍ଗଳ ପାଖ, ମନ୍ତ୍ରୀଆମ୍ବ, ତୁମୁରୀଗଡ଼ା, ଗୋବିନ୍ଦପାଲି ଛକରେ ପହଞ୍ଚୁଥୁଲୁ । ସେଠାରୁ ସିଆ ଆମ ଗାଡ଼ି ମାଲକାନାଗିରୀ ନଯାଇ, ଚିତ୍ରକୁଣ୍ଡା ବ୍ଲକ ଅଭିମୁଖେ ଯାତ୍ରା କରିଥିଲୁ ।
ଝିଲୁଗୁଡ଼ା, ଖଇରିପୁଟ ଗ୍ରାମପଞ୍ଚାୟତ ଦେଇ କାଲି ମେଳାରେ ପହଞ୍ଚୁଥୁଲୁ । ସେଠାରୁ ମୁଣ୍ଡିଗୁଡ଼ା, ରାସବେଡ଼ା, ଚାଲଣଗୁଡ଼ା, ଗାଳିକୁଟ, ଗାଦିପୁଟ, ନଦୀନୀଗୁଡ଼ା, ଓରିଙ୍ଗୀ, କୁଡ଼ୁମୁଲୁଗୁମା ଠାରେ ଖାଇବା ପାଇଁ ଅଟକିଥିଲୁ । ସେଠାରେ ଜଳପାନ ପରେ ପୁଣି ଆଗକୁ ଆମ୍ଭର ଯାତ୍ରା ଆରମ୍ଭ କରିଥିଲୁ ।
ଏହାପରେ ଡୁମୁରୁକୁଣ୍ଡା, ପାର୍କନମାଳ ଦେଇ ଆମ୍ଭେ ହାତୀ ଆମ୍ବଗାଁରେ ପହଞ୍ଚୁଥୁଲୁ । ହାତୀଆମ୍ବ ଗାଁ ଠାରୁ ବାଲିମେଳା ୧୫ କି.ମି. ଦୂରତା ଥିଲା । ଆମ୍ଭେ ବାଲିମେଳା ଛକରେ ଖାଇବା ପାଇଁ ସ୍ଥିର କଲୁ । ଆମ୍ଭର ଗାଡ଼ି, ଆଗକୁ ଆଗକୁ ମାଡ଼ିଚାଲିଲା । ଆମ୍ଭେ ବାଲିମେଳା Gov…
The Ecs Park of Chitrakunda Dam research Spread across 65 km in the Malkangiri District. The Chitrakunda Dam is one of the best nature campus of our state, Odisha.
ଚିତ୍ରକୁଣ୍ଡା ଡ୍ୟାମ୍ ପାଖ ଗାଁରେ ଆଦିବାସୀମାନଙ୍କୁ ନେଇ ଛୋଟ ଆଲୋଚନା ଚକ୍ର ମାଧ୍ୟମରେ, ସେମାନଙ୍କ ମଧ୍ୟରେ ଆମ ବିଶ୍ଵାସ ସୃଷ୍ଟିକରି ପାରିଥିଲୁ ।

ଗଳ୍ପଟି ଏହି ପ୍ରକାର:-

ଧନୁ ବିଦ୍ୟା ହାସଲ ପାଇଁ ଏକଲବ୍ୟ ଗୁରୁଦ୍ରୋଣଙ୍କ ନିକଟକୁ ଯାଇଥିଲେ । କିନ୍ତୁ ସେ ଏକ ନିଚ ଜାତିର ବ୍ୟକ୍ତି ହୋଇଥିବାରୁ ଗୁରୁ ଦୌଣାଚାର୍ଯ୍ୟ ତାଙ୍କର ନିବେଦନକୁ ପ୍ରତ୍ୟାଖ୍ୟାନ କଲେ । ତେଣୁ ଅନ୍ୟ ଉପାୟ ଚିନ୍ତାକରି ଏକଲବ୍ୟ, ଗୁରୁଦ୍ରୋଣଙ୍କର ଏକ ମୂଭି ପ୍ରତିଷ୍ଠା କରି ତାଙ୍କୁ ଗୁରୁ ସ୍ଵୀକାର କଲେ । ଧନୁବିଦ୍ୟା ଶିକ୍ଷିବାକୁ ଚାହିଁଲେ, ଗୁରୁ ଦ୍ରୌଣ ଏହାକୁ ଅନୁମତି ପ୍ରଦାନ କଲେ, କାରଣ ଗୁରୁ ଜାଣିଥିଲେ, ଏପରି କଲେ, ଏକଲବ୍ୟ ଧନୁର୍ବିଦ୍ୟା ଶିକ୍ଷା କରିପାରିବ ନାହିଁ ।
କୌରବ, ପାଣ୍ଡବମାନଙ୍କୁ ଧୁନର୍ବିଦ୍ୟା ଶିକ୍ଷା ଦେଲାପରେ ଗୁରୁ ଦ୍ରୌଣ ସେମାନଙ୍କୁ ଶିକାର ଅଭ୍ୟାସ ପାଇଁ ଜଙ୍ଗଲକୁ ନେଇଥିଲେ । ତାଙ୍କ ସାଙ୍ଗରେ ଆଶ୍ରମର କୁକୁରଟି ଯାଇଥିଲା । କିଛି ବାଟ ଜଙ୍ଗଲରେ ଯିବାପରେ, ତାଙ୍କ କୁକୁରଟି ତାଙ୍କ ଠାରୁ ଦୂରକୁ ଚାଲିଯାଇଥିଲା ଏବଂ କିଛି ସମୟ ପରେ କୁକୁରଟି ଭୁକିବା ମଧ୍ୟ ବନ୍ଦ କରିଦେଲା । କିଛି ସମୟ ପରେ କୁକୁରଟି ଫେରିଆସିଲା । ସେତେବେଳେ ତାମୁହଁ ସାରା ତୀର ବିଦ୍ଧ ହୋଇଥିଲା ।
ତାହା ଦେଖ ଗୁରୁ ଦ୍ରୌଣ ବହୁତ ଆଚମ୍ବିତ ହୋଇଥିଲେ, ଯେ ଏହି ଶବ୍ଦଭେଦୀ ଧନୁର୍ବିଦ୍ୟା କେବଳ ସେ ନିଜେ ଜାଣିଥିଲେ ଏବଂ କାହାରିକୁ ଏହି ବିଦ୍ୟା ଶିକ୍ଷା ଦେଇ ନାହାଁନ୍ତି । ଗୁରୁ ସେଠାରେ ପହଞ୍ଚି ଶବ୍ଦ ସାଧନାକାରଙ୍କ, ଏକ ପ୍ରତି ଶବ୍ଦ କଲେ । ଫଳରେ ଏକ କଳା ଆଦିବାସୀ ଯୁବକ ଘଞ୍ଚ ଜଙ୍ଗଲରୁ ବାହାରି ଆସିଲା ଏବଂ ଆଖରେ ଲୁହଧାର ବୁହାଇ ଗୁରୁଙ୍କୁ ପ୍ରଣାମ କଲା । ଗୁରୁ ଏବଂ ତାହାଙ୍କ ଶିଷ୍ୟ ମଣ୍ଡଳିକୁ ନିଜର ଛୋଟି କୁଡ଼ିଆକୁ ନେଇଗଲା ଏବଂ ସେଠାରେ ଗୁରୁ ଦ୍ରୌଣଙ୍କର ପ୍ରତିମୂର୍ତି ପ୍ରଦର୍ଶନ କରାଇଲା, ଯାହାଙ୍କ ପୂଜାରେ ତାଙ୍କୁ ସମସ୍ତ ପ୍ରକାର ଧନୁର୍ବିଦ୍ୟା ପ୍ରାପ୍ତ ହେବା ପ୍ରକାଶ କଲା ।
ମହାଭାରତରେ କ’ଣ ! ଘଟିଲା ତାହା ଆମ୍ଭ ବିଷୟର ପରିସର ମଧ୍ୟରେ ନୁହେଁ, କିନ୍ତୁ ଏହି ଗଳ୍ପ କ’ଣ ଶିକ୍ଷା ଦିଏ ତାହା ଆମର ବିଚାର୍ଯ୍ୟ । ତେଣୁ ଏକଲବ୍ୟ ଠାରୁ କି ଶିକ୍ଷା ମିଳିଲା, ଯାହାକି ଗଳ୍ପର ସାରତତ୍ତ୍ବ ।

ତିନୋଟି ବାକ୍ୟ

• ୧. ଏକଲବ୍ୟ ନିଜକୁ ଏକ ଅପ୍ରତିଦ୍ଵନ୍ଦୀ ଧନୁର୍ଦ୍ଧାରୀ ଭାବେ ପ୍ରତିଷ୍ଠିତ କରିବା ପାଇଁ କଠୋର ବିଶ୍ଵାସ ରଖ୍ କାର୍ଯ୍ୟକରୁଥିଲା ।… 1. ପ୍ରଥମେ ନିଜର ଲକ୍ଷ୍ୟ ବୁଝିବା ଜରୁରୀ ଅଟେ । 2. ଏବଂ ଏହାକୁ ପାଇବା ପାଇଁ ଉଦ୍ୟମଜାରୀ ରଖୁବା ଜରୁରୀ ଅଟେ । 3. ସୁଯୋଗ ବନ୍ୟଜନ୍ତୁ ଏବଂ କଣ କରିବେ, ତାହା ଚିନ୍ତା କରନ୍ତୁ । 4. ଅନୁଷ୍ଠାନକୁ ବୁଝନ୍ତୁ ଏବଂ ସାମାଜିକ କାର୍ଯ୍ୟରେ ମିଳିତ ସହ‌ଯୋଗ କରାନ୍ତୁ । 5. ନିଜେ ସଚେତନ ହୁଅନ୍ତୁ, ଅନ୍ୟକୁ ସଚେତନତା କରାଇ, ସରକାରଙ୍କ ବିଭିନ୍ନ ଯୋଜନା ଏହାର ସୁଯୋଗ ନିଅନ୍ତୁ ।
ସେବା କେଉଁ ପ୍ରକାର ତାହା ସେବା ପ୍ରଦାନ କରୁଥିବା ବ୍ୟକ୍ତି ଉପରେ ନିର୍ଭରକରେ । ଯାହାର ଉଦ୍ଧାହରଣ କୋରାଫୁଟ୍‌ର ବଣ୍ଡା ଆଦିବାସୀ, ଆଜି ଶିକ୍ଷା, କ୍ଷେତ୍ରରେ ଆଗକୁ ପାଦ ବଢ଼େଇବାରେ ସକ୍ଷ୍ୟମ ହୋଇପାରିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ଏହାର ଜ୍ଵଳନ୍ତ ଉଦ୍ଧାହରଣ । ଆସନ୍ତୁ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ଗଢ଼ିବା, ନିୟୋଜିତ କରିବା, ସେବା ମାଧ୍ୟମରେ ଆମ ଗାଁ, ଆମ ପଞ୍ଚାୟତ, ଆମ ଜିଲ୍ଲାକୁ ଓଡ଼ିଶାରେ ଏକ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ, ନେଇ ଆଗକୁ ବଢ଼ିବା ଜୟ ଜନଜାତି, ଜୟ ଜଗତ ! ଆମ ଓଡ଼ିଶା, ଆମ୍ଭେ ଓଡ଼ିଆ, ଆମ୍ଭକୁ ନେଇ ଆମ୍ଭେ …
ବ୍ଲକ ଅଫିସ୍‌ର ପଛପଟେ, ଏକ ଛୋଟିଆ ମନ୍ଦିରଟିଏ ଅଛି । ସେଠାରେ ଝରଣା ପାଣିକୁ ଏକାଠି କରି । ତାକୁ ଫିଲଟର କରାଇ, ବ୍ଲକ ଅଫିସ ଏବଂ ଥାନା ଅଧିକାରୀ, କର୍ମଚାରୀମାନେ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ।
ବ୍ଲକ ଅଫିସ ପରିଷର ଅତ୍ୟନ୍ତ ସୁନ୍ଦର ଏବଂ ସ୍ଵଚ୍ଛତା ପରିବେଶ ମଧ୍ୟ ରହିଛି । ବିଳମ୍ବରେ ପହଞ୍ଚଲେ ମଧ୍ୟ ସମସ୍ତ କର୍ମଚାରୀମାନଙ୍କର ଉପସ୍ଥିତ ଥିବା ଦେଖି ବହୁତ ଖୁସି ଅନୁଭବ କଲୁ । ଯାହା ହେଉ ଏହି ଅଞ୍ଚଳର ଉନ୍ନତି ନିମନ୍ତେ ସମସ୍ତେ କାର୍ଯ୍ୟବ୍ୟସ୍ତ, ତତ୍‌ପର, ଈଶ୍ଵର ସମସ୍ତଙ୍କୁ ଭଲରେ ରଖନ୍ତୁ । ଏହି ଅଞ୍ଚଳ କିମ୍ବା ମଣ୍ଡଳଟି ଏକ ଆଦର୍ଶ ବ୍ଲକ (ମଣ୍ଡଳ) ଭାବେ ଓଡ଼ିଶା ରାଜ୍ୟରେ ମାନ୍ୟତା ପାଉ, ଆମ୍ଭର ଆଶା ଓ ବିଶ୍ଵାସ ରଖ୍ ଫେରିଥିଲୁ । ଆମ୍ଭର ରହିବା ସ୍ଥାନ, କୋରାଫୁଟ୍ ଜିଲ୍ଲାର ସେମିଳିଗୁଡ଼ା ବ୍ଳକ । ରାତ୍ର ୧୦ ଘଟିକାରେ ସେମିଳିଗୁଡ଼ା ହୋଟେଲରେ ବିଶ୍ରାମ ନେଲୁ । ସକାଳ ତା ମଧ୍ୟରେ କାର୍ଯ୍ୟସରି ବହାରିଥିଲୁ ସେମିଳିଗୁଡ଼ା ରେଞ୍ଜର ଅଫିସ୍ ଅଭିମୁଖେ ।
ରେଞ୍ଜର ମହାଶୟଙ୍କୁ ତାଙ୍କ ଅଫିସ ମଧ୍ୟରେ ଉପସ୍ଥିତ ଥିଲେ, ଅନୁମତି ନେଇ ମହା… ଏହାପରେ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ କୋରାଫୁଟ୍ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ବାହାର କରାଗଲା । ଶେଷରେ ଦୁଇଟି ବିଷୟ ପ୍ରତି ଅନୁଷ୍ଠାନ ଜରୁରୀ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଗଲା । ଏକରେ ଭାଷା ସମସ୍ୟା, ସହିତ ବଡ଼ର ଇଲାକାରେ ଅନ୍ୟ ପ୍ରଦେଶ ଓଡ଼ିଶାର ସୀମା ମଧ୍ୟକୁ ପଶି ଆସୁଥିବାରୁ, ସ୍ଥାନୀୟ ଜନସାଧାରଣଙ୍କୁ ସଚେତନତା ସହିତ, ରାଜ୍ୟ ସରକାରଙ୍କୁ ସୀମା ନିର୍ଦ୍ଧାରଣ ପାଇଁ ଏକ ମିଳିତ ଆବେଦନ ପ‌ତ୍ର ପ୍ରଦାନ ।
କୋରାଫୁଟ୍ ଅଞ୍ଚଳର ଚାଷା ଏବଂ ଚାଷିଙ୍କର ଉନ୍ନତିକରଣ ପାଇଁ ବିହୀତ ପଦକ୍ଷେପ, ବିଭାଗୀୟ କୃଷି ଅଧିକାରୀ ନାବାଡ଼ କର୍ତ୍ତୃପକ୍ଷ, ସରକାରଙ୍କ ଦୃଷ୍ଟିକୁ ସମସ୍ୟା ଆଣି ଏହାର ସମାଧାନ କରିବା ପାଇଁ ପ୍ରକଳ୍ପର ପ୍ରସ୍ତୁତି ଏବଂ କାର୍ଯ୍ୟ କରିବା ସହିତ, କଳାବତୀ, ଧାନ, ମାଣ୍ଡିଆ ଏବଂ ଚିତ୍ରକୁଣ୍ଡା ବ୍ଳକର ଅଦା, ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଏହାର ମାର୍କେଟିଙ୍ଗ୍ କରିବା, ବାହାରକୁ ରପ୍ତାନି କରାଇବା ସହିତ, ଉଚିତ୍ ମୂଲ୍ୟ ଚାଷିମାନଙ୍କୁ ପ୍ରଦାନ କରାଇବା ପାଇଁ ଅନୁଷ୍ଠାନ କାର୍ଯ୍ୟକ୍ରମ ହାତକୁ ନେବ । ଏଥି ସହିତ ଜଙ୍ଗଲଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଜନଜାତି ସମାଜର ପ୍ରତ୍ୟେକ ନାଗରିକଙ୍କୁ ମିଳିବା ଉପରେ ଦୃଷ୍ଟି ରଖୁବା ସହିତ, ସରକାରଙ୍କ ଦ୍ଵାରା ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ବିଷୟରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସଚେତନ କରାଇ କାର୍ଯ୍ୟପ୍ରତି ଆଗ୍ରହ ସୃଷ୍ଟି କରିବା ବିଭିନ୍ନ ପ୍ରକାର ତାଲିମି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସ୍ଵାବଲମ୍ବୀ କରିବାର ଲକ୍ଷ୍ୟରଖ୍, ଆଗାମୀ ଦିନରେ ନିଶ୍ଵାର୍ଥ ପରେ ଭାବେ ଅନୁଷ୍ଠାନ କାର୍ଯ୍ୟକରିବା ପାଇଁ ସୁଚ୍ଛାସେବୀମାନେ ମତ ପ୍ରଦାନ କରିଥିଲେ । କୋଟପାଡ଼ ବ୍ଲକରୁ କୋରାଫୁଟ୍ ଜିଲ୍ଲା କାର୍ଯ୍ୟରତ ସ୍ଵଚ୍ଛାସେବୀ – ସୁକମଣୀ ପୂଜାରୀ, ଶ୍ୟାମ ଖୁଣ୍ଟିଆ ଏବଂ ହରୀହର ପୂଜାରୀ । କୋଟପାଡ଼ ବ୍ଲକର ଭାଷା ଏବଂ ଓଡ଼ିଶା ରାଜ୍ୟ / ଛତିଶଗଡ଼ ସୀମା ବିଷୟରେ ଦୃଷ୍ଟି ଆର୍କଷଣ କରିଥିଲେ, କୋଟପାଡ଼ ବ୍ଲକର ବହୁ ଯୁବଗୋଷ୍ଠି ସଙ୍ଗଠନରେ ସାମିଲ୍ ହୋଇ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ କାର୍ଯ୍ୟକ୍ରମ ଏକ ସ୍ରୋତରେ ସାମିଲି ହେବା, ସମାଜର वृक्षप ସ୍ୱଗତଗତ ପଦକ୍ଷେପ, ଏଣୁ ଆଗାମୀ ଦିନରେ ବିଭିନ୍ନ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ସମାଜ ମଙ୍ଗଳ କାର୍ଯ୍ୟକମରେ ଅଂଶ ଗ୍ରହଣ ନିମନ୍ତେ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ l

Field Gallery & Media

Field Photo