MISSION4CARE INDIA FOUNDATION (MCIF), Bhubaneswar, Odisha

Exposer Visit
କୋଟିଆ ଗ୍ରାମ ପଞ୍ଚାୟତ, ପଟାଙ୍ଗୀ ବ୍ଲକ, ଜିଲ୍ଲା : କୋରାଫୁଟ, ଓଡିଶା
Visiting Team & Delegation
Mr. Ramesh Ch Samal (Sr. Advisor-cum-Managing Director)-MCIF
Mrs, Chinmayee Das (Director-cum-Secretary) – MCIF
Manoj Kumar Das 9 Director-cum-President) – MCIF

Field Report & Case Study Document Details

ଦ୍ଵିତୀୟ ଥର କୋଟିଆ ଗସ୍ତ

ତା: 07/06/2025 ସେମିଳିଗୁଡ଼ାରୁ ସକାଳ ୧୦ଟା ୩୦ ମିନିଟ୍‌ରେ ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତକୁ ପରିଭ୍ରମଣରେ ବାହାରିଲୁ । କୁଲୁରୀ ରାସ୍ତା ଦେଇ ସିଧା ଦେଓମାଳି ପାହାଡ଼ର ଅଗ୍ର ଭାଗର ଡ଼ାହାଣ ପଟ ରାସ୍ତାରେ ଆମ୍ଭେ ଗାଲାଗୁଡ଼ାରୁ ଧୁରୀଆ ବ୍ଲକଦେଇ ବଡ଼ମାରଲା ଗ୍ରାମ, ତାପରେ ମାଳିର୍ମାଲା, କେଦାରକଟାରୁ ଡୁମୁରୀଗୁଡ଼ା ଏବଂ କାଷୁଗୁଡ଼ା ଛକପରେ ଥୁରୀଆ ଦେଇ ଟାଉପଦର ଗାଲିପଦର ଗାଁ ପରେ କୁରୁଡ଼ି ପଦର ଛକ ପାର ହେବା ପରେ କୋଟିଆ ଗାଁରେ ପହଁଞ୍ଚି ଥୁଲୁ । ସମୟ ୧ଟା୩୦ ମିନିଟ୍ ହେବ । ସେଠାରେ ପ୍ରଥମ ଏକ ଛକ ପଡ଼ିଥିଲା । ସେଠାରେ ଓଡ଼ିଶା ସରକାରଙ୍କର ଅଙ୍ଗନବାଡ଼ି କେନ୍ଦ୍ର, ଟିକେ ଆଗକୁ କୋଟିଆ ଥାନା ଅଛି । ଗାଁ ମଝିରେ ଜଗନ୍ନାଥ ମଣ୍ଡପ ପାଖକୁ ପଞ୍ଚାୟତ ସରପଞ୍ଚଙ୍କ ଘର । ସେଠାରେ ଆମ୍ଭେ ସନ୍ତୋଷ ଖିଲ ପି: ସାଣା ଖିଲ ଙ୍କୁ ପଚାରି ବୁଝିଥିଲୁ ଯେ, ଏଠାରେ ସରପଞ୍ଚ ଥିବା ଲୀଉ ଗେମଲଙ୍କ ଘର କେଉଁଠି । ସରପଞ୍ଚଙ୍କ ସ୍ତ୍ରୀ ଘରୁ ଆସି ଆମ୍ଭକୁ ସେ ନାହାଁନ୍ତି ବୋଲି କହିଲେ, ଏବଂ ସକାଳୁ ଆନ୍ଧ୍ର ଯାଇଛନ୍ତି ବୋଲି କହିଥିଲେ ।
ଏହାପରେ ସରପଞ୍ଚଙ୍କ ଠିକ୍ ଘର ଆଗରେ ବସିଥିବା ଦୁଇଜଣ ଝିଅଙ୍କୁ ପଚାରିଥିଲୁ, ସେମାନଙ୍କ ନାମ ଏବଂ ଶିକ୍ଷାଗତ ଯୋଗ୍ୟତା । ଜଣେ ଭୂମି ପାଙ୍ଗି ପି. ଟିଙ୍ଗେ ପାଙ୍ଗି + ୨ ଦ୍ଵିତୀୟ ବର୍ଷ ଛାତ୍ରୀ G.J. College ଆନ୍ଧ୍ରରେ ପଢୁଥିବା ବେଳେ, ଅନ୍ୟଜଣେ ସୁସ୍ମୀତା ପାଙ୍ଗୀ ପି. ଟିଙ୍ଗେ ପାଙ୍ଗି +୨ ଓଡ଼ିଶାରେ ପଢୁଛନ୍ତି ବୋଲି କହିଲେ ; କଲେଜ ନାମ ପଚାରିବାରୁ ଚୁପୁ ରହିଲେ ।
ତେଣୁ ଆମ୍ଭେ ଆନ୍ଧ୍ର ପଟ ଯିବାକୁ କହି ସେଇ ରାସ୍ତାରେ ଆଗକୁ ମାଡି ଚାଲିଲୁ । ପ୍ରାୟ ୫୦୦ ମିଟର ଦୂରତା ପରେ ବାମପଟେ ଆସିବାସୀ ଘରଗୁଡ଼ିକ ଦେଖିବାକୁ ମିଳିଲା ଏବଂ ରାସ୍ତାର ବାମପଟ ସାଇଟ୍‌ରେ ୩ ରୁ ୪ ଗୋଟି ଅଟୋ ଏବଂ ଦୁଇଟି ମିନିଟ୍ରକ ଛିଡ଼ା ହୋଇଥିଲା । ଏଥିରେ ଆନ୍ଧ୍ର ପଟୁ ଆସିଥିବା ଶ୍ରମିକ ମାନେ ବସି ଆନ୍ଧ୍ର ପଟକୁ ଯାଇଥିଲେ । ସେମାନେ ଯାଉଥ‌ିବା ରାସ୍ତାର ପ୍ରାୟତଃ ୧୫ କି.ମି ଯିବାରେ ଏକ ଏକ ପାଣିଟାଙ୍କୀ ପଡ଼ିଲା । ଯାହା ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ଵାରା ଲିଖିତ ତେଲଗୁ ଭାଷାରେ ହିଁ । ଲେଖା ହୋଇଥିଲା । ସେଠାରୁ ଆମ୍ଭେ ଫେରିବା ବାଟରେ ମାତ୍ର ୨ କି.ମି ଭିତରେ ଉପର ସେମୀ ଯାହା ଓଡ଼ିଶାର ଗ୍ରାମ ବୋଲି କିଛି ବ୍ୟକ୍ତି କହୁଥିଲେ । ପ୍ରାୟତଃ ଆନ୍ଧ୍ର ଏବଂ ଓଡ଼ିଶା ଉଭୟ ରାଜ୍ୟ ସହିତ ଯୋଗାଯୋଗ ରଖୁଥ‌ିବାର ସନ୍ଦେହ ସୃଷ୍ଟି ହୋଇଥିଲା ।
ବାସ୍ତବିକ୍ ସତକଥା ପ୍ରାୟ ୧୦ ବର୍ଷତଳୁ କୋଟିଆ ଆନ୍ଧ୍ରପ୍ରଦେଶର କବଜାକୁ ଚାଲିଯାଇଥିବାର ନଜୀର ଜଣା ପଡ଼ୁଛି। ସେଠାରେ ଆନ୍ଧ୍ରପ୍ରଦେଶର ଯୁବକ ପାହାଡ ତଳେ ବାଇକ ରଖିଛନ୍ତି ଉପର ଭାଗରେ ଓଡ଼ିଶା ଆଦିବାସୀଙ୍କୁ ନେଇ ପୋଡ଼ଚାଷ ମାଧ୍ୟମରେ ଏକର ଏକର ଷ୍ଟବେରୀ ଚାଷ, କଦଳୀ ଚାଷ, ମାଟିଆଳୁ ଏକର ଏକର, ପନିପରିବା ଆଖି ଦୃଷ୍ଟିଆ କରିଛନ୍ତି । ଓଡ଼ିଶା ପାହାଡ଼ ଲୁଟିଛନ୍ତି ସତ ! କିନ୍ତୁ ତା ବିନିମୟରେ ଓଡ଼ିଶାକୁ ପନିପରିବା ଯୋଗାଉଛନ୍ତି । ସ୍ଥାନୀୟ ଆସିବାସୀଙ୍କୁ ଆୟ ଦେବା ସହିତ, ଆନ୍ଧ୍ର ପ୍ରଦେଶ ସରକାରଙ୍କର ସଂମ୍ପୂର୍ଣ୍ଣ ସହଯୋଗ, ସହାୟତା ପହଞ୍ଚାଇ ଦେଉଛନ୍ତି ।
କହିଲେ ଅତୁକ୍ତି ହେବନି, ସେଠାରେ ଆନ୍ଧ୍ର ସରକାର ଅପେକ୍ଷା, ସେଠିକାର NGO’s ଆନ୍ଧ୍ର ପ୍ରଦେଶରୁ ଆସି, ଆଦିବାସୀ ମାନଙ୍କର ସାମାଜିକ, ଆର୍ଥକ ଏବଂ ଶିକ୍ଷାର ମଧ୍ୟ ପ୍ରସାର କରାଇଛନ୍ତି । କେବଳ ଗୋଟିଏ କଥା ସତ ! ଯେ ବାସ୍ତବିକ୍ ଶିକ୍ଷାର ପ୍ରସାର ଘଟିଛି, ଆୟ ମଧ୍ୟ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନଙ୍କର ବଢ଼ିଛି, ସେମାନେ କଦଳୀ ଚାଷ, ଷ୍ଟବେରି ଚାଷ ପନିପରିବା ଚାଷ କରି ଭଲ ଦୁଇ ପଇସା ଅର୍ଥ ଉତ୍ପନ୍ନ କରୁଛନ୍ତି, କିନ୍ତୁ ସମସ୍ତ ଗ୍ରାମବାସୀ ଆନ୍ଧ୍ରରେ ମାର୍କେଟିଂ କରନ୍ତି ।
କଦଳୀ ପନିପରିବା ଆନ୍ଧ୍ର ବେପାରୀକୁ ଦିଅନ୍ତି । ଯାହା ପୁଣି ଓଡ଼ିଶାକୁ ଆସି ଛଡାଦରରେ ଓଡ଼ିଶା ଭୁବନେଶ୍ଵର ରେ ହିଁ ମିଳିଥାଏ ।
ଆମର ଉଦ୍ଦେଶ ନୁହେଁ ସରକାରଙ୍କୁ କିମ୍ବା ମିଛ ପ୍ରଚାର କରୁଥିବା ଖବର ଗୁଡ଼ିକର ବୁଦ୍ଧିଯିବୀମାନଙ୍କୁ, ବିଦ୍ଯ ବୁଦ୍ଧି ପ୍ରଦାନ କରିବା, ବାସ୍ତବସତ ! କଥା ଯାହା ପଚାରି ବୁଝିଲୁ ଏବଂ ଆଖିରେ ଦେଖୁଲୁ । ତାହା ପ୍ରକାଶ କରୁଅଛୁ ।
ଏହା ସତ । ଘଞ୍ଚଜଙ୍ଗଲ ମଧ୍ୟରେ ରାସ୍ତା ଆବୁଡ଼ା ଖାବୁଡ଼ା ସାଙ୍ଗକୁ ବୁଲା / ବଙ୍କାଣୀ ରାସ୍ତା ଆପଣଙ୍କୁ ଆଗକୁ ଯିବାକୁ କଷ୍ଟ ହେବ, କିନ୍ତୁ ଆନ୍ଧ୍ରପଟୁ ପିଚୁରାସ୍ତା ସହିତ ବିଜୁଳୀ, ପାଣି ସୁବିଧା ସହିତ, ଆଗକୁ ଆଗକୁ ମାଡ଼ିଆସିବା ଘଟଣା ସତ ହେବ, କାରଣ ପ୍ରଚୁର ପାହାଡ଼ ଭିତରେ କଦଳୀ ଚାଷ, ପନିପରିବା ଚାଷ ଆନ୍ଧ୍ର ସରକାର ପାଇଁ ଏକ ଲାଭଜନକ ବେବସାୟ ଏବଂ ଆନ୍ଧ୍ର ଯୁବକମାନଙ୍କର ଆୟର ରାସ୍ତା, ଏଥି ସହିତ ଓଡ଼ିଶା ପାହାଡ଼କୁ ଆବୁରୀ ରଖିଲେ, ଭବିଷ୍ୟତରେ ବହୁତ ଲାଭ ମିଳିବ ।
କଥାରେ ଅଛି ଶୋଇଲା ପୁଆର ଭାଗ ନାହିଁ, ଏବେବି ସମୟ ଅଛି ଆଜ୍ଞା ଆସନ୍ତୁ । ସରକାର ଏବଂ ବେସରକାରୀ ସଂଗଠନର ବଂଧୁଭାଇ ମିଳିମିଶି ପୁଣି ଆମ୍ଭେ ଆମର କୋଟିଆ ଭାଇ / ଭଉଣୀ ମାନଙ୍କ ସହିତ ମିଶି ତାଙ୍କର ଉନ୍ନତି ନିମନ୍ତେ ଚିନ୍ତା କରିବା ତାଙ୍କୁ ଆମ ପାଖକୁ ଫେରାଇ ଆଣିବା ପାଇଁ ବାଟ କାଢ଼ିବା, ନିଶ୍ଚୟ ସଫଳ ହେବl କେବଳ କଥା କହିଲେ ହେବ ନାହିଁ । କାମରେ କରିଦେଖେଇବl, ଆମ୍ଭେ ଉତ୍କଳର ଗୌରବ, ମଧୁବାବୁ, ଗୋପବଂଧୁ ମା ରମାଦେବୀଙ୍କୁ ମନେପକେଇ ଆମ କୋଟିଆ ଆମର ଓଡ଼ିଶା ପ୍ରଦେଶର, ଆମ୍ଭେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆମ ସାଗ, ବଡ଼ିଚୁରା, ପଖାଳ, ଭାରି ବଢ଼ିଆ ।
॥ ଜୟ ଜଗନ୍ନାଥ ॥ ॥ ଜୟ ଓଡ଼ିଶା ପ୍ରଦେଶ ॥

Field Gallery & Media

Field Photo
Field Photo
Field Photo
Field Photo
Field Photo
Field Photo