ଦୁଇ ଦିନିଆ ତାଲିମ ଶିବିର ରିପୋର୍ଟ ଓ କେସ୍ ଷ୍ଟଡି (ଚିତ୍ରକୋଣ୍ଡା ବ୍ଲକ)

ତ୍ରିସ୍ତରୀୟ ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ, ୭ଟି ଆଦର୍ଶ ଗ୍ରାମ ଚୟନ ଏବଂ ଲକ୍ଷ୍ମୀ ପାଙ୍ଗୀ କେସ୍ ଷ୍ଟଡି ଉପରେ ବିସ୍ତୃତ ରିପୋର୍ଟ।

Training & Case Study (Odia)
ଚିତ୍ରକୋଣ୍ଡା ବ୍ଲକ, ମାଲକାନଗିରି ଜିଲ୍ଲା, ଓଡ଼ିଶା
ଦୁଇ ଦିନିଆ ତାଲିମ ଶିବିର
Visiting Team & Delegation
ଶ୍ରୀମତୀ ପ୍ରିତା କୁମାର, OAS (SB) - ବିଡ଼ିଓ, ଚିତ୍ରକୋଣ୍ଡା
ଅଧ୍ୟକ୍ଷା, ଚିତ୍ରକୋଣ୍ଡା ପଞ୍ଚାୟତ ସମିତି
ଶ୍ରୀମତୀ ଚିନ୍ମୟୀ ଦାସ – ସମ୍ପାଦିକା, MCIF
ଶ୍ରୀ ରମେଶ ଚନ୍ଦ୍ର ସାମଲ – ବରିଷ୍ଠ ସମାଜସେବୀ, MCIF
ଶ୍ରୀ ମନୋଜ କୁମାର ଦାସ – ସଭାପତି, MCIF
ଶ୍ରୀ ଅନନ୍ତ ଅନୁଗୁଳିଆ – ସ୍ଥାନୀୟ ସମାଜସେବୀ

Field Report & Case Study Document Details

Overview

3.

କେସ୍ ଷ୍ଟଡି ରିପୋର୍ଟ

ଦୁଇ ଦିନିଆ ତାଲିମ ଶିବିର\n\nବ୍ଲକ: ଚିତ୍ରକୋଣ୍ଡା | ଜିଲ୍ଲା: ମାଲକାନଗିରି | ରାଜ୍ୟ: ଓଡ଼ିଶା, ଭାରତ\n\nଆୟୋଜକ: ମିଶନ ଫର୍ କେୟାର ଇଣ୍ଡିଆ ଫାଉଣ୍ଡେସନ୍ (MCIF)\n\nପରିଚୟ\n\nମିଶନ ଫର୍ କେୟାର ଇଣ୍ଡିଆ ଫାଉଣ୍ଡେସନ୍ (MCIF) ତରଫରୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକଠାରେ ଦୁଇ ଦିନିଆ ତାଲିମ ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି ଶିବିରର ଉଦ୍ଦେଶ୍ୟ ଥିଲା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, ଗ୍ରାମ ଉନ୍ନୟନ, ସାମାଜିକ ସଚେତନତା ଓ ଆଦର୍ଶ ଗ୍ରାମ ଗଠନ ସମ୍ପର୍କରେ ସ୍ଥାନୀୟ ପ୍ରତିନିଧି ଓ ସମାଜସେବୀମାନଙ୍କୁ ପ୍ରଶିକ୍ଷିତ କରିବା।

ଉଦ୍ଘାଟନୀ ଅଧିବେଶନ

ଶିବିରକୁ ଚିତ୍ରକୋଣ୍ଡା ବ୍ଲକର ବିଡିଓ ଶ୍ରୀମତୀ ପ୍ରିତା କୁମାର, OAS (SB) ଏବଂ ପଞ୍ଚାୟତ ସମିତିର ଅଧ୍ୟକ୍ଷା ମହୋଦୟା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ।\n\nଶିବିରର ପରିଚାଳନା କରିଥିଲେ –\n\nଶ୍ରୀମତୀ ଚିନ୍ମୟୀ ଦାସ – ସମ୍ପାଦିକା, MCIF\n\nଶ୍ରୀ ରମେଶ ଚନ୍ଦ୍ର ସାମଲ – ବରିଷ୍ଠ ସମାଜସେବୀ ଓ ସିନିୟର ଆଡଭାଇଜର\n\nଶ୍ରୀ ମନୋଜ କୁମାର ଦାସ – ସଭାପତି, MCIF

ସ୍ଥାନୀୟ ସମାଜସେବୀ ଶ୍ରୀ ଅନନ୍ତ ଅନୁଗୁଳିଆ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅଂଶଗ୍ରହଣ

ଚିତ୍ରକୋଣ୍ଡା ବ୍ଲକର ୧୮ଟି ଗ୍ରାମପଞ୍ଚାୟତର ସରପଞ୍ଚ, ୱାର୍ଡ ସଦସ୍ୟ, ନୋମିନି, ସାମାଜିକ କର୍ମୀ, ସମାଜସେବୀ ଏବଂ ବିଭିନ୍ନ ସ୍ତରର କର୍ମଜୀବୀମାନଙ୍କ ସହ ପ୍ରାୟ ୬୦ରୁ ଅଧିକ ଶିବିରାର୍ଥୀ ଯୋଗଦାନ କରିଥିଲେ।

ଅଂଶଗ୍ରହଣ କରିଥିବା ଗ୍ରାମପଞ୍ଚାୟତଗୁଡ଼ିକ:

ଆନ୍ଦ୍ରାପଲ୍ଲୀ\n\nବଡ଼ପଦର\n\nଚିତ୍ରକୋଣ୍ଡା\n\nତୋଳିପୁଟ\n\nତରାଗୁଡ଼ା\n\nଗଜଲମାମୁଡ଼ି\n\nଗୁଣ୍ଡା ବାଉଡ଼ା\n\nଯନ୍ତ୍ରୀ\n\nଜଡ଼ାଆମ୍ବ\n\nକପାଟୋଟୀ\n\nକୁମାନୋରୁ\n\nନୂଆଗୁଡ଼ା\n\nଗଣେଶପୁର\n\nପାପେରମେଟଲା\n\nପପୁଲୋରା\n\nରେଲାଗଡ଼ା\n\nଟ୍ରନେଲ କ୍ୟାମ୍ପ\n\nବଡ଼ପଦର

ତାଲିମ ଶିବିରର ମୁଖ୍ୟ ବିଷୟବସ୍ତୁ

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, ଗ୍ରାମସଭାର ଭୂମିକା, ଗ୍ରାମ ଉନ୍ନୟନ ଯୋଜନା ପ୍ରସ୍ତୁତି, ସରକାରୀ ଯୋଜନାର ସଦ୍\u200cବ୍ୟବହାର ଏବଂ ଆଦର୍ଶ ଗ୍ରାମ ଗଠନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।\n\nପ୍ରଥମ ଦିନ ୩ଟି ଓ ଦ୍ୱିତୀୟ ଦିନ ୪ଟି ଦଳ ଗଠନ କରାଯାଇ ମୋଟ ୭ଟି ଦଳ ମାଧ୍ୟମରେ କାର୍ଯ୍ୟପରିକଳ୍ପନା (Action Plan) ପ୍ରସ୍ତୁତ କରାଯାଇଥିଲା।

ଆଦର୍ଶ ଗ୍ରାମ ଚୟନ

ଶିବିରାର୍ଥୀମାନେ ନିମ୍ନଲିଖିତ ୭ଟି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବା ପାଇଁ ଚୟନ କରିଥିଲେ:\n\nବିଡ଼ମ୍ବା ଗ୍ରାମ – କୁମାନୋରୁ ଗ୍ରାମପଞ୍ଚାୟତ\n\nଚିତ୍ରକୋଣ୍ଡା ଗ୍ରାମ – ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ\n\nରାଜିଲକୋଣ୍ଡା ଗ୍ରାମ – ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ\n\nକଦମାଝଲା ଗ୍ରାମ – ବଡ଼ପଦର ଗ୍ରାମପଞ୍ଚାୟତ\n\nଗଜଲମାମୁଡ଼ି ଗ୍ରାମ – ଗଜଲମାମୁଡ଼ି ଗ୍ରାମପଞ୍ଚାୟତ\n\nତାଚେରୁ ଗ୍ରାମ – ଯନ୍ତ୍ରୀ ଗ୍ରାମପଞ୍ଚାୟତ\n\nଗୁଣ୍ଡାୱାଡ଼ା ଗ୍ରାମ – ଗୁଣ୍ଡାୱାଡ଼ା ଗ୍ରାମପଞ୍ଚାୟତ

କେସ୍ ଷ୍ଟଡି

ଲକ୍ଷ୍ମୀ ପାଙ୍ଗୀ\n\nଚିତ୍ରକୋଣ୍ଡା ବ୍ଲକ, ମାଲକାନଗିରି ଜିଲ୍ଲା, ଓଡ଼ିଶା

ମୁଖ୍ୟ ସମସ୍ୟା

ଗ୍ରାମାଞ୍ଚଳରେ ନିମ୍ନଲିଖିତ ସମସ୍ୟାମାନେ ଚିହ୍ନଟ ହୋଇଛି:\n\nଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅଭାବ\n\nବିଦ୍ୟୁତ ଓ ସୌର ଆଲୋକ ବ୍ୟବସ୍ଥା ନଥିବା\n\nଅନ୍ଧବିଶ୍ୱାସ, ଗୁଣି-ଗାରେଡ଼ି ଓ ଝଡ଼ାଫୁଙ୍କା ପ୍ରତି ଅତ୍ୟଧିକ ନିର୍ଭରଶୀଳତା\n\nଦେଶୀ ମଦର ବ୍ୟାପକ ପ୍ରଚଳନ

ଶିକ୍ଷା ଓ ସାମାଜିକ ସଚେତନତାର ଅଭାବ

ଅଙ୍ଗନବାଡ଼ି କେନ୍ଦ୍ରର ଅଭାବ\n\nପଞ୍ଚାୟତ କାର୍ଯ୍ୟାଳୟ ଭବନର ଅଭାବ\n\nବିଶୁଦ୍ଧ ପାନୀୟ ଜଳ ସମସ୍ୟା\n\nକୃଷି ତାଲିମ ଓ ଆଧୁନିକ କୃଷି ଜ୍ଞାନର ଅଭାବ\n\nମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସାନିଟାରି ନାପକିନ ବ୍ୟବହାର ସମ୍ପର୍କରେ ଅଜ୍ଞତା\n\nସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରାମଠାରୁ ପ୍ରାୟ ୩୦ କି.ମି. ଦୂରରେ ଅବସ୍ଥିତ\n\nଶିକ୍ଷକ ଅଭାବ ଓ ଶିକ୍ଷାର ନିମ୍ନମାନ\n\nବୃଦ୍ଧ ବ୍ୟକ୍ତିମାନଙ୍କ ଅବହେଳା\n\nଦାଦନ ଶ୍ରମିକ ସମସ୍ୟା\n\nଜମି ପଟ୍ଟା ଅଭାବରୁ ଆବାସ ଯୋଜନାରୁ ବଞ୍ଚିତ ହେବା\n\nଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ବଜାର ସୁବିଧା ନଥିବା\n\nକମ୍ୟୁନିଟି ସେଣ୍ଟରର ଅଭାବ

ମୂଲ୍ୟାୟନ ଓ ସୁପାରିଶ

ଗ୍ରାମରେ ଶିକ୍ଷା ପ୍ରତି ସଚେତନତା ବଢ଼ାଇବା ଏବଂ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିଶ୍ଚିତ କରିବା।\n\nବାଲ୍ୟ ବିବାହ, ଅନ୍ଧବିଶ୍ୱାସ ଓ ମଦ୍ୟପାନ ବିରୋଧୀ ଅଭିଯାନକୁ ସୁଦୃଢ଼ କରିବା।\n\nସମସ୍ତ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ସୁନିଶ୍ଚିତ କରିବା।\n\nନିୟମିତ ସ୍ୱାସ୍ଥ୍ୟ ଶିବିର ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା।\n\nସାମୁଦାୟିକ ସହଯୋଗ ମାଧ୍ୟମରେ ବୃଦ୍ଧ ବ୍ୟକ୍ତିମାନଙ୍କ ସୁରକ୍ଷା ଓ ଯତ୍ନ ବ୍ୟବସ୍ଥା କରିବା।\n\nଦକ୍ଷତା ବିକାଶ ଓ ବୃତ୍ତିଗତ ତାଲିମ ମାଧ୍ୟମରେ ଯୁବକ-ଯୁବତୀଙ୍କୁ ରୋଜଗାରମୁଖୀ କରିବା।\n\nସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜଙ୍ଗଲଜାତ ଓ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ବଜାର ବ୍ୟବସ୍ଥା ସୃଷ୍ଟି କରିବା।\n\nଗ୍ରାମସଭାରେ ଗ୍ରାମର ସମସ୍ୟା ଉଠାଇ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ରାଜ୍ୟ ସରକାର ମାଧ୍ୟମରେ ସମାଧାନ ପାଇଁ ପଦକ୍ଷେପ ନେବା।
  • ୧. ଶିକ୍ଷାର ପ୍ରସାର
  • ୨. ସାମାଜିକ ସଚେତନତା
  • ୩. ପାନୀୟ ଜଳ ବ୍ୟବସ୍ଥା
  • ୪. ସ୍ୱାସ୍ଥ୍ୟ ସେବା
  • ୫. ବୃଦ୍ଧଙ୍କ ଯତ୍ନ
  • ୬. ଯୁବ ରୋଜଗାର
  • ୭. ବଜାର ସୁବିଧା
  • ୮. ପଞ୍ଚାୟତିରାଜ ବ୍ୟବସ୍ଥାର ସଦ୍\u200cବ୍ୟବହାର

ଅନ୍ୟାନ୍ୟ ପ୍ରସ୍ତାବ

ପ୍ରତ୍ୟେକ ଗ୍ରାମରେ ରାସନ ବଣ୍ଟନ କେନ୍ଦ୍ର ସ୍ଥାପନ\n\nଅଙ୍ଗନବାଡ଼ି ସେବାର ସୁଦୃଢ଼ୀକରଣ\n\nପୋଖରୀ ଖନନ ଓ ମତ୍ସ୍ୟଚାଷ ପ୍ରୋତ୍ସାହନ\n\nକମ୍ପ୍ୟୁଟର ଶିକ୍ଷା ଓ ଡିଜିଟାଲ ସାକ୍ଷରତା ବୃଦ୍ଧି\n\nପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ର ସ୍ଥାପନ\n\nଭାଗବତ ଟୁଙ୍ଗିର ପୁନରୁଦ୍ଧାର

ସ୍ଥାନୀୟ ଐତିହ୍ୟ ଓ ପୁରାତନ ବସ୍ତୁର ସୁରକ୍ଷା ପାଇଁ ସଂଗ୍ରହାଳୟ ସ୍ଥାପନ

ପଶୁପାଳନ ଓ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ

ଉପସଂହାର

ଏକ ଆଦର୍ଶ ଗ୍ରାମ ଗଠନ ପାଇଁ ସ୍ୱଚ୍ଛତା, ସହଯୋଗିତା, ସହଭାଗିତା, ସରକାରୀ କର୍ମଚାରୀ, ଜନପ୍ରତିନିଧି, ମହିଳା, ଯୁବକ-ଯୁବତୀ ଏବଂ ସମାଜସେବୀଙ୍କ ସକ୍ରିୟ ଭୂମିକା ଅତ୍ୟନ୍ତ ଆବଶ୍ୟକ। ଗ୍ରାମସଭାକୁ ସଶକ୍ତ କରି ଏବଂ ସମସ୍ତଙ୍କ ସହଯୋଗରେ ଏହି ଗ୍ରାମଗୁଡ଼ିକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରାଯାଇପାରିବ।\n\nପ୍ରସ୍ତୁତକର୍ତ୍ତା:Mission4Care India Foundation (MCIF)\n\nMr. Ramesh Chandra Samal (Senior Advisor-cum-Managing Director)-MCIF\n\nMrs. Chinmayee Das (Director-cum-Secretary)-MCIF\n\nMr. Manoj Kumar Das (Director-cum-President)-MCIFଚିତ୍ରକୋଣ୍ଡା ତାଲିମ ଶିବିର ରିପୋର୍ଟ ଓ କେସ୍ ଷ୍ଟଡିମାଲକାନଗିରି, ଓଡ଼ିଶା

Field Gallery & Media

Field Photo
Field Photo